ରଜ ମହୋତ୍ସବରେ ଚମକୁଛି ତାଳଚେର ଅଂଚଳପୁରପଲ୍ଲୀ ଠାରୁ ସହରାଚଂଳ ସବୁଠି ରଜଉତ୍ସବର ଆସରତାଳଚେର, ୧୪/୦୬ ଆଜି ରଜମହୋତ୍ସବ ତାଳଚେରର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରାଚଂଳ ପର୍ଯ୍ୟନ୍ତ ବେଶ ଜାକଜମରେ ହେଉଥିବା ଦେଖିବାକୁ ମିଳିଛି । ଘରର ମହିଳା ମାନଙ୍କ ସହିତ କାଉଁରୀ କନ୍ୟାମାନେ ନୂତନ ଡ଼୍ରେସ୍ ପରିଧାନ କରି ପାଦରେ ଅଳତା ଓ ଝୁମୁକା ଲଗା ପାଉଁଜି, ଆମ୍ବତୋଟାର ଦୋଳି ସ୍ଥାନ ଓ ରଜଗୀତର ଆସରରେ ଚମକୁ ଥିବା ଦେଖାଯାଇଛି । ତାଳଚେର ବ୍ଲକର ବିଭିନ୍ନ ଗ୍ରାମ ଯଥା -କଙ୍କିଳି, ଧରମପୁର, ସଇନାଳୀ, ହରିହରପୁର, କାକୁଡ଼ି, ସାତପାଟିଆ, ସ୍କଟଲାଣ୍ଡପୁର, ବିହାରୀପୁର, କିଶୋରରୀପାଳ, ଭେରୁବଣିଆ, ଗୁରୁଜାଙ୍ଗ, ସନ୍ଥପଡ଼ା, ବହ୍ଲର, ଚାଇଁପାଳ, ଜଗନ୍ନାଥପୁର,...






