
ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରାପଲ୍ଲୀ ମଣ୍ଡଳରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସଭାନେତ୍ରୀ ମୋନିକା ପ୍ରହରାଜଙ୍କ ସଭାପତିତ୍ବରେ “ମହିଳା ସ୍ୱାଭିମାନ ସଭା” ଡୁରା ସ୍ଥିତ ମୁକ୍ତେଶ୍ଵର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଏହି “ମହିଳା ସ୍ୱାଭିମାନ ସଭା” କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ମାନଙ୍କ ପାଇଁ ବହୁ ଯୋଜନା କରିଛନ୍ତି । ବର୍ତ୍ତମାନ ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩%...















