
ଗଜ ଉତ୍ସବ – ୨୦୨୩ର ଉଦ୍ଘାଟନ ଏପ୍ରିଲ ୭, ୨୦୨୩ : କାଜିରଙ୍ଗା ଜାତୀୟ ଉଦ୍ୟାନ ଠାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗଜ ଉତ୍ସବ – ୨୦୨୩ ର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ପ୍ରକୃତି ଏବଂ ମାନବତା ମଧ୍ୟରେ ବହୁତ ପବିତ୍ର ସମ୍ପର୍କ ରହିଛି । ପ୍ରକୃତିକୁ ସମ୍ମାନ କରିବାର ସଂସ୍କୃତି ଆମ ଦେଶର ପରିଚୟ ହୋଇ ରହି ଆସିଛି । ଭାରତରେ ପ୍ରକୃତି ଏବଂ ସଂସ୍କୃତି ପରସ୍ପର ସହ ସଂଯୁକ୍ତ ହୋଇ ରହିଛନ୍ତି ଏବଂ ପରସ୍ପରଠାରୁ ପୋଷଣ ଗ୍ରହଣ କରୁଛନ୍ତି । ଆମ ପରମ୍ପରାରେ ହାତୀ ମାନଙ୍କୁ ସବୁଠାରୁ ଅଧିକ ସମ୍ମାନ...















