ବନ୍ୟାର ଘା’ ଶୁଖିନି, ନେପାଳକୁ ଭୂକମ୍ପ ଝଟକା ୫.୦ ତୀବ୍ରତାରେ ଥରିଲା ମାଟି, ହଜାର ହଜାର ଲୋକଙ୍କ ମଧ୍ୟରେ ଭୟ କାଠମାଣ୍ଡୁ: ପ୍ରକୃତିର ତାଣ୍ଡବରୁ ମୁକୁଳି ପାରୁନି ନେପାଳ। ଭୟଙ୍କର ବନ୍ୟା ଓ ଭୂସ୍ଖଳନର ବିଭୀଷିକା ମଧ୍ୟରେ ଏବେ ଭୂକମ୍ପ ଝଟକା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ମଙ୍ଗଳବାର ରାତି ପ୍ରାୟ ୯ଟା ୩୮ ମିନିଟ୍ରେ ନେପାଳରେ ୫.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ ତିବ୍ବତରେ ୩୫ କିଲୋମିଟର ଗଭୀରତାରେ ୫.୩ ତୀବ୍ରତାର ଭୂକମ୍ପ ରେକର୍ଡ ହୋଇଥିଲା। ଗତ ସପ୍ତାହରେ ମଧ୍ୟ ତିବ୍ବତ ଅଞ୍ଚଳରେ ୫.୦ ତୀବ୍ରତାର ଭୂକମ୍ପ...






