କୋଲକାତା: ଇଡେନଗାର୍ଡେନରେ ନଭେମ୍ବର ୧୪ରୁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଯିବ । ୬ ବର୍ଷ ପରେ ଭାରତୀୟ ଟିମ ଏଠାରେ ଟେଷ୍ଟ ମ୍ୟାଚ ଖେଳିବ । ବର୍ତମାନର ଟିମ ଇଣ୍ଡିଆରେ କେବଳ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ଏଠାରେ ଟେଷ୍ଟ ଖେଳିଛନ୍ତି । ଅନ୍ୟ ୧୨ଜଣ ଖେଳାଳି ଇଡେନ ଗାର୍ଡେନରେ ମ୍ୟାଚ ଖେଳି ନାହାନ୍ତି । ଏହି ଦୁଇ ଜଣ ପ୍ରଥମ ଟେଷ୍ଟ ଖେଳିବା ଏକପ୍ରକାର ନିଶ୍ଚିତ । ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିବା ଅନ୍ୟ ୯ଜଣ ପ୍ରଥମ ଥର ପାଇଁ ଏଠାରେ ଟେଷ୍ଟ ଖେଳିବେ ।ଯେତେଦୂର ସମ୍ଭବ ସମ୍ଭାବ୍ୟ...






