ନୁଆଦିଲ୍ଲୀ,୨୦।୧୦: ବିହାରର ଗୋପାଳଗଞ୍ଜ ଜିଲାରେ ପୋଲିସ ଏକ ବଡ଼ ଧରଣର ସାଇବର ଠକେଇ ରାକେଟର ପର୍ଦ୍ଦାଫାସ୍ କରିଛି। ପୋଲିସ ଜଣେ ପୂର୍ବତନ ଚା’ ବିକାଳିଙ୍କ ଘରେ ଚଢ଼ାଉ କରି ୧ କୋଟି ୫ ଲକ୍ଷରୁ ଅଧିକ ଟଙ୍କା, ବହୁ ପରିମାଣର ସୁନା ଓ ରୂପା ଗହଣା ଜବତ କରିଛି। ଏହି ମାମଲାରେ ପୋଲିସ ଦୁଇ ଭାଇଙ୍କୁ ଗିରଫ କରିଛି।ସୂଚନା ମୁତାବକ, ଅକ୍ଟୋବର ୧୭ (ଶୁକ୍ରବାର) ବିଳମ୍ବିତ ରାତିରେ ଅମୈଠି ଖୁର୍ଦ ଗାଁରେ ପୋଲିସ ଚଢ଼ାଉ କରିଥିଲା।ସେଠାରୁ ୧,୦୫,୪୯,୮୫୦ ଟଙ୍କା ନଗଦ, ୩୪୪ ଗ୍ରାମ୍ ସୁନା, ୧.୭୫ କେଜି ରୂପା ସହିତ ସାଇବର ଠକେଇରେ ବ୍ୟବହୃତ ହେଉଥିବା ୮୫ଟି ଏଟିଏମ କାର୍ଡ, ୭୫ଟି...






