ଭୂବନେଶ୍ୱର, ୧୩/୦୭ :ମନମୁଣ୍ଡା ପୁଲିସ ଚଢଉ ବେଳେ ୧୬୧କେଜି ଗଞ୍ଜେଇ ସହ ଜଣକୁ ଗିରଫ କରିଛି । ଗିରଫ ଜଣକ ହେଲେ ବିପିନ ପ୍ରଧାନ । ବିପିନ ଶଗଡ଼ା ପଞ୍ଚାୟତ ଖଣ୍ଡିକନପାସ୍ଥିତ ତାଙ୍କ ଘର ନିକଟରେ ଗଞ୍ଜେଇ ରଖିଥିବା ତଥା ଚାଲାଣ କରିବାକୁ ଯାଉଥିବା ପୁଲିସ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ପରେ ଏସଆଇ ଚନ୍ଦନ ଜେନାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ବିପିନଙ୍କ ଘରେ ଚଢ଼ଉ କରିଥିଲା। ବିପିନଙ୍କ ଘରଠାରୁ ପୁଲିସ କେତେକ ବସ୍ତାରେ ଭର୍ତ୍ତି ଗଞ୍ଜେଇ ଥିବା ଦେଖି ଜବତ କରିବା ସହ ବିପିନକୁ ଗିରଫ କରିଥିଲା। ଗଞ୍ଜେଇ ଓଜନ କରିବାରୁ ତାହା ୧୬୧ କେଜି...






