“ବିପର୍ଯ୍ୟସ୍ତ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ ହାତଠାରି ଡାକୁଛି ବିଭିନ୍ନ ସଂକ୍ରମଣକୁ” “ଭଦ୍ରାସାହି ଛକରେ କୁଢ଼ କୁଢ଼ ଆବର୍ଜନା”ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ” ସମ୍ପ୍ରତି ଏବେ କ୍ରମାଗତ ଭାବେ ବର୍ଷା ହୋଉଥିବାବେଳେ ମ୍ୟାଲେରିଆ, ଡେଙ୍ଗୁ, ଚିକୁନ ଗୁନିଆ ଭଳି ବିଭିନ୍ନ ସଂକ୍ରାମକ ରୋଗ ମୁଣ୍ଡ ଟେକୁଛନ୍ତି। ସତର୍କତା ମୂଳକ ପଦକ୍ଷେପ ସଦୃଶ ସ୍ବଚ୍ଛତା ଉପରେ ଗୁରୁତ୍ବ ପ୍ରଦାନ କରାଯାଉଛି। ଗଳିକନ୍ଦି,ସାହିବସ୍ତି,ବଜାର,ରାସ୍ତାଘାଟ,ହୋଟେଲ, ଜଳଖିଆ ଦୋକାନ ଆଦି ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଅଛି। ହେଲେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ବ୍ଲକ ଅନ୍ତର୍ଗତ, ଭଦ୍ରାସାହି ଛକ ରେ ଦେଖିବାକୁ ମିଳିଛି ଏହାର ସମ୍ପୂର୍ଣ୍ଣ ବିପରୀତ ପରିସ୍ଥିତି। କେନ୍ଦୁଝର ଜିଲ୍ଲା ଯୋଡ଼ା...






