ଉତ୍କଳ ଦିବସ ପାଳନ ଅବସରରେ ବଡ଼ବିଲ ପୌରାଞ୍ଚଳ ରେ ଶୋଭାଯାତ୍ରା। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଉତ୍କଳ ଦିବସ ଉପଲକ୍ଷେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ହରିହର ମନ୍ଦିରର ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରା ବାହାରି ସମଗ୍ର ବଡ଼ବିଲ ସହର ଓ ବିଭିନ୍ନ ୱାର୍ଡ଼ ପରିକ୍ରମା କରି ବଡ଼ବିଲ ବିକାସ ମହଲ ଠାରେ ପହଞ୍ଚିଥିଲା। ଏହି ଅବସରରେ ଏକ ସୁସଜ୍ଜିତ ଗାଡ଼ିକୁ ରଥସଦୃଶ ସଜାଇ ଓ ସେଥିରେ ଉତ୍କଳ ପ୍ରଦେଶର ସମସ୍ତ ବରପୁତ୍ର ଓ ବୀରପୁତ୍ରଙ୍କ ଫୋଟୋକୁ ସଜାଇ ଓଡ଼ିଶାର ପାରମ୍ପାରିକ...






