ଅନୁଗୋଳ : 16.05.2026 – ସ୍ବତନ୍ତ୍ର ସଘନ ସଂଶୋଧନ (SIR)-2026 ସମ୍ପର୍କରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାର ସମସ୍ତ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସହ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ SIR-2026 କାର୍ଯ୍ୟକ୍ରମର ସମୟସୂଚୀ, Enumeration Form (EF) ବଣ୍ଟନ ଓ ସଂଗ୍ରହ, ଭୋଟର ତାଲିକାର ସତ୍ୟାପନ ଓ ଅଦ୍ୟତନ, ଦାବି ଓ ଆପତ୍ତ ପ୍ରକ୍ରିୟା, ବୁଥ ସୃରୀୟ ଅଧୂକାରୀ (BLO) ଓ ବୁଥ ସ୍ତରୀୟ ପ୍ରତିନିଧି (BLA) ମାନଙ୍କ ଭୂମିକା ଏବଂ ସ୍ବଚ୍ଛ ଓ ନିରପେକ୍ଷ ଭାବେ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜନୈତିକ ଦଳମାନଙ୍କୁ...




