ହେଡଲାଇନ୍:ଅବକାରୀ ମାମଲାରେ CBIର ଚ୍ୟାଲେଞ୍ଜକୁ ଖାରଜ ଦାବି, ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ କେଜ୍ରିୱାଲ-ସିସୋଦିଆ ନୂଆଦିଲ୍ଲୀ: ଦିଲ୍ଲୀର ତଥାକଥିତ ଅବକାରୀ ନୀତି ମାମଲାରେ ନୂଆ ମୋଡ଼ ଆସିଛି। ମାମଲାରେ ଡିସ୍ଚାର୍ଜ ଆଦେଶକୁ ଚ୍ୟାଲେଞ୍ଜ କରି CBI ଦାଖଲ କରିଥିବା ରିଭିଜନ୍ ପିଟିସନ୍କୁ ଖାରଜ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଦାବି କରିଛନ୍ତି ଆମ୍ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ। ଦୁଇ ନେତା ପୃଥକ ଆବେଦନ ଦାଖଲ କରି CBIର ରିଭିଜନ୍ ପିଟିସନ୍ର ଗ୍ରହଣୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। CBI ଏହି ଆବେଦନକୁ ଅତ୍ୟନ୍ତ ତରବରିଆ ଏବଂ ଗୁରୁତ୍ୱହୀନ ଭାବେ ଦାଖଲ କରିଥିବା ସେମାନେ ଅଭିଯୋଗ କରିଛନ୍ତି। କେଜ୍ରିୱାଲ...






