ମତ୍ସ୍ୟ କ୍ଷେତ୍ରକୁ ୨୦,୭୫୦ କୋଟିର ବଡ଼ ସହାୟତା: ସମୁଦ୍ରଜାତ ଉତ୍ପାଦ ରପ୍ତାନି ୮.୪୬ ବିଲିୟନ ଡଲାର ନୂଆଦିଲ୍ଲୀ: ଦେଶର ମତ୍ସ୍ୟ ଓ ଜଳଚାଷ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହ ମତ୍ସ୍ୟଜୀବୀ ଓ ଉଦ୍ୟୋଗୀଙ୍କ ଆୟ ବୃଦ୍ଧି ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (PMMSY) ଅଧୀନରେ ୨୦,୭୫୦ କୋଟି ଟଙ୍କାର ବ୍ୟାପକ ପରିବ୍ୟୟ ରଖାଯାଇଛି। ମତ୍ସ୍ୟ ବନ୍ଦର, ମାଛ ଅବତରଣ କେନ୍ଦ୍ର, ଶୀତଳ ଭଣ୍ଡାର, ବରଫ କାରଖାନା, ମାଛ ବଜାର, ହ୍ୟାଚେରୀ ଓ ବ୍ରିଡିଂ ବ୍ୟାଙ୍କ ଭଳି ଭିତ୍ତିଭୂମି ବିକାଶକୁ ଯୋଜନାରେ ପ୍ରାଥମିକତା ଦିଆଯାଉଛି। ଏହା ସହିତ ମତ୍ସ୍ୟ ଓ ଜଳଚାଷ ଭିତ୍ତିଭୂମି...






