
ଡିଷ୍ଟ୍ରିକ୍ଟ କ୍ରାଇସିସ୍ ଗ୍ରୁପ୍ ଉପସ୍ଥିତିରେ ଜରୁରୀକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ( ଟିଏସ୍ଏମ୍ ) ଓ ଟାଟା ଷ୍ଟିଲ୍ର ଅନ୍ୟତମ ସହାୟକ କଂପାନି ଅନୁଗୁଳ ଏନର୍ଜି ଲିମିଟେଡ୍ ( ଏଇଏଲ୍ ) ପକ୍ଷରୁ ମକ୍ ଡ୍ରିଲ୍ ଓ ବିଭିନ୍ନ ଅଗ୍ନି ନିରାପତା କାର୍ଯ୍ୟକ୍ରମ ସହ ଜାତୀୟ ଅଗ୍ନିଶମ ସପ୍ତାହ ପାଳନ କରାଯାଇଛି । ଏଇଏଲ୍ ପକ୍ଷରୁ ଏକ ପୂର୍ଣ୍ଣ କାଳୀନ ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା ଯେଉଁଥିରେ ଡିଷ୍ଟ୍ରିକ୍ଟ କ୍ରାଇସିସ୍ ଗ୍ରୁପ୍ ର ଉପସ୍ଥିତିରେ ନରେନ୍ଦ୍ରପୁର ସ୍ଥିତ ଟିଏସ୍ଏମ୍ ପରିସରରେ ଥିବା ଏହାର କାରଖାନାରେ ଅଗ୍ନିକୁ ଆୟତ କରାଯାଇଥିଲା । ଜରୁରୀକାଳୀନ ପ୍ରଶମନ ଦକ୍ଷତାରେ ଉନ୍ନତି ଆଣିବା...















