
ପରଜଙ୍ଗ/୨୧-୦୧-୨୦୨୩ : ପିତିରି ଗ୍ରାମ ପଞ୍ଚାୟତ ଖାଲପାଳ ଗ୍ରାମର ଲେଖ ନାଏକ ଙ୍କୁ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଦୁଃଖଦ ଖବର ଶୁଣି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସମସ୍ତ ସୁଖ ଦୁଃଖର ସାଥି ଯୁବବର୍ଗ ଙ୍କର ଆଦର୍ଶ ପାଲଟିଥିବା ବିଜେଡି ଯୁବନେତା ଅଜିତ କୁମାର ସାହୁ (ମଣ୍ଟୁ ଭାଇ) ପହଞ୍ଚି ଦୁଃଖ ପ୍ରକାଶ କରି ପରିବାର କୁ ସମବେଦନା ଜଣାଇଥିଲେ ଓ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ଅଲେଖ ନାଏକ ଙ୍କ ପରିବାର କୁ ତୁରନ୍ତ କ୍ଷତିପୂରଣ ସହ ପରିବାର ରୁ ଜଣେ ସଦସ୍ୟ ଙ୍କୁ ବନ ବିଭାଗ ରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଏବଂ...















