
ଉତ୍ତର-ପୂର୍ବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ‘ଯୁବା ସଂଗମ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଅନନ୍ୟ ପଦକ୍ଷେପ । ‘ଯୁବା ସଂଗମ’ ଭଳି ଅଭିନବ ପଦକ୍ଷେପ ଅମୃତ କାଳରେ ‘ଭାରତର ଭାବନା’କୁ ଦୃଢୀଭୂତ କରିବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏହି ପୋର୍ଟାଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ଭାରତ, ଶ୍ରେଷ୍ଠ ଭାରତ ବିଚାର ଆଧାରରେ ଯୁବା ସଂଗମ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ମଜଭୂତ କରିବ । ଉତ୍ତର-ପୂର୍ବ ରାଜ୍ୟ ସମୂହର ଗୌରବମୟ...















