ତାଳଚେର ତହଦସିଲ ସାଜିଛି ଦୁର୍ନିତୀର ଗନ୍ତାଘରଅମିନ ଚଢ଼ୁଛନ୍ତି ନାମୀଦାମୀ କାର୍ତାଳଚେର, ୧୦/୦୬ ତାଳଚେର ତହସିଲ ନୂତନ କାର୍ଯ୍ୟାଳୟ ଭିତରେ ଅଫିସ୍ କର୍ମଚାରୀ ଏବଂ ତହସିଲଦାର କେଉଁଠି କେଉଁ ଅଧିକାରୀମାନେ ବସୁଛନ୍ତି, ଅଧିକାଂଶ ଗୃହ ସମ୍ମୁଖରେ ନାମଫଳକ ରହୁନଥିବାରୁ ଦୂରଦୂରାନ୍ତରୁ ଆସୁଥିବା ବରିଷ୍ଠ ନାଗରୀକମାନେ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । ତାଳଚେର ଏକ ଖଣିଖାଦାନ ଶିଳ୍ପସମୃଦ୍ଧ ଅଂଚଳ ହୋଇଥିବାରୁ ତାଳଚେର ବ୍ଲକ ମଧ୍ୟରେ ଥିବା ୪ଟି ରାଜସ୍ୱ ନିରୀକ୍ଷକ ମଧ୍ୟରେ ୨୧ଗୋଟି ପଂଚାୟତର ଶତାଧିକ ଗ୍ରାମବାସୀ ବିଭିନ୍ନ ତହସିଲ ଜଡ଼ିତ କାଗଜପତ୍ର ପାଇଁ ଅନେକ ଦୂରରୁ ଆସିଥାନ୍ତି । ଜମିଜମା ପଟ୍ଟା, ମିୟୁଟେସନ୍, ଡ଼ିମାରକେସନ୍, ଲିଗାଲ ହେୟାର, ଜାତିଗତ ପ୍ରମାଣପତ୍ର,...






