ତାଳଚେରରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍କାଟତତଲା କଡ଼େଇରେ ଭାଜି ହେଉଛନ୍ତି ଅଂଚଳବାସୀ ତାଳଚେର, ୩୦/୦୫ ଶକ୍ତିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଚଳିତବର୍ଷ ଅଘୋଷିତ ବିଦ୍ୟୁତକାଟ୍ କରାଗଲେ ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନେଇ ଗଣମାଧ୍ୟମରେ ପ୍ରକାଶ କରିଥିଲେ ମଧ୍ୟ ତାଳଚେର ଭଳି ଏକ ଶିଳ୍ପାଚଂଳରେ ବାରମ୍ବାର ବିଦ୍ୟୁତ୍ କାଟରେ ଏଠିକାର ଜନସାଧାରଣ ତତଲା କଡ଼େଇରେ ଭାଜି ହେଉଛନ୍ତି । ଭାରତ ମାନଚିତ୍ରରେ ତାଳଚେର ଏକ ଉତପ୍ତ ସହର ଭାବେ ପରିଗଣିତ ହେଉଥିବା ବେଳେ ଏଠାରେ ଖଣିଖାଦାନ ଯୋଗୁଁ ଓ ପରିବେଶ ଅସନ୍ତୁଳିତକୁ ନେଇ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇ ଆସୁଛି । ତାଳଚେର ଅଂଚଳରେ ୩ଟି ତାପଜ ବିଦ୍ୟୁତ୍...






