
ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଥିବା ବଣ୍ଡା ଶ୍ରମିକ ମାନଙ୍କ ପରିବାର ବର୍ଗଙ୍କ ପାଇଁ କ୍ଷତି ପୂରଣ ଦାବୀ କଲା ରାଷ୍ଟ୍ରୀୟ ବିକାଶ ସେନା। ସରକାର ଆଦିବାସୀ ମାନଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ସେଥିପାଇଁ ସରକାରଙ୍କ ଆଦିବାସୀ ଉନନ୍ୟନ ବିଭାଗ ଅଧିନରେ ଅନେକ ଗୁଡ଼ିଏ ଅଧିକାରୀ କାର୍ଯ୍ୟରତ ଅଛନ୍ତି। କିନ୍ତୁ ସେମିତି ଆଖିଦୃଷ୍ଟିଆ ଉନ୍ନତି ପରିଲକ୍ଷିତ ହେଉନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ତେଲେଙ୍ଗାନା ର ହାଇଦ୍ରାବାଦ ଠାରେ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟୀ ର ବଣ୍ଡା ଶ୍ରମିକ ମାନଙ୍କ ଅବସ୍ଥା।...















