ଜଳଛତ୍ର କେନ୍ଦ୍ର ଉଦଘାଟିତ
ଆଜି ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ନିର୍ଦେଶ କ୍ରମେ ସାଧାରଣ ପଥଚାରିଙ୍କୁ ପିଇବା ପାଣି ଯୋଗାଇ ଦେବା ନିମନ୍ତେ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଅନ୍ତର୍ଗତ ପୁରୁଣା ଥାନା ଛକ ଠାରେ ଏକ ଜଳଛତ୍ର କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉତ୍ତର ଭୁବନେଶ୍ୱର ନାରୀ ନେତ୍ରୀ ସୌଭାଗ୍ୟ ଲଷ୍ମୀ ଦାସ ଏବଂ ଭୁବନେଶ୍ୱର ଜିଲ୍ଲା ବିଜେପି ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଦିନବନ୍ଧୁ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାମାଜିକ ସଂଗଠନ ଅଜିତାର ସଭାପତି ଶ୍ରୀମତୀ ମୌସୁମୀ ମହାପାତ୍ର ସାଧାରଣ ସମ୍ପାଦିକା ଶ୍ରୀମତୀ ସଂଗୀତା ମାଝୀ, ଶ୍ରୀମତୀ ବିଜୟଲକ୍ଷ୍ମୀ ନନ୍ଦ, ଶ୍ରୀମତୀ ଜୟଶ୍ରୀ ତ୍ରିପାଠୀ, ରାଜ୍ୟ ବିଜେପି ଏସ ସି ମୋର୍ଚା ପୂର୍ବତନ ସାଧାରଣ ସମ୍ପାଦକ ଜଳନ୍ଧର
ନାୟକ, ଯୁବନେତା ଅରୁଣ କୁମାର ମହାନ୍ତି, ଶ୍ରବଣ କୁମାର ଦାସ, ସୁକାନ୍ତ କୁମାର ସାମଲ ଏବଂ ସଂଗ୍ରାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ.




