ତାଳଚେରର ଅଧିକାଂଶ ଅଂଚଳରେ ରାସ୍ତା ଅବସ୍ଥା ଶୋଚନୀୟତାଳଚେର, ୦୩/୦୮ ତାଳଚେର ସହର ଓ ଶିଳ୍ପାଚଂଳରେ ଥିବା ବିଭିନ୍ନ ରାସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ସାଧାରଣ ଲୋକ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଖରାପ ଯୋଗୁଁ ଅନେକ ସମୟରେ ଦୁର୍ଘଟଣାମାନ ଘଟି ବହୁ ମୃତାହତ ହେଉଥିବା ଜଣାପଡ଼ିଛି । ବାଇପାସ୍ ଛକଠାରୁ ବାହାରି ଥିବା ରାସ୍ତା ଗୁଡ଼ିକ ବିଭିନ୍ନ ଦିଗକୁ ଯାଇଥିବା ବେଳେ ରାସ୍ତା ଗୁଡ଼ିକ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଫଳରେ ତାଳଚେର ସହର, ଏନଟିପିସି କୋଇଲଶ ଖଣି ଓ କୋର୍ଟ କଚେରୀ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଉଥିବା ପଥଚାରୀମାନେ ନାହିଁ ନଥିବା ଅସୁବିଧାର ଭୋଗୁଛନ୍ତି । ରାସ୍ତାର...






