ସମାଧାନ ସମାରୋହ-୨୦୨୬ରେ ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ । ଅନୁଗୋଳ,ତା.୦୭.୦୫:- ସହଭାଗୀ ନ୍ୟାୟ ଏବଂ ଲୋକଙ୍କ ନିକଟରେ ନ୍ୟାୟିକ ସେବା ପରିକଳ୍ପନାକୁ ଆଗକୁ ବଢାଇବା ପାଇଁ ଦେଶବ୍ୟାପି ମଧ୍ୟସ୍ଥତା ଭିଭିକ ବିଚାର ଏବଂ ବିବାଦର ସଦଭାବନାପୂର୍ଣ୍ଣ । ସମାଧାନ ପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ୨୧,୨୨ ଏବଂ ୨୩ ଅଗଷ୍ଟ ୨୦୨୬ ରେ ଏକ ବିଶେଷ ଲୋକ ଅଦାଲତ – ସମାଧାନ ସମାରୋହ ଅନୁଷ୍ଠିତ ହେବ । ଏହି -ବିଶେଷ ଲୋକ ଅଦାଲତର ଉଦ୍ଦେଶ୍ୟ ହେଉଛି ସହମତି ଆଧାରିତ ସମାଧା ମାଧାନ ବ୍ୟବସ୍ଥା ମାଧ୍ୟମରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସମ୍ମୁଖରେ ବିଚାରଧୀନ ମାମଲାର ସୌହାର୍ଦ୍ଦ ନାର୍ଘ୍ଯପୂର୍ଣ୍ଣ ସମାଧାନକୁ ସୁଗମ କରିବା ।...






