
( ଅସହାୟ, ନିଃସହାୟ ନିରଞ୍ଜନର ଭୋକ ଉପବାସ ରେ ବିତୁଛି ଜୀବନ ) ଜଗତସିଂହପୁର ତା =7/8/23 ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ସାଁପୁର ଗ୍ରାମର ଅସହାୟ,ନିଃସହାୟ, ନିରାଶ୍ରୟ ସତୁରି ବର୍ଷୀୟ ବୃଦ୍ଧ ନିରଞ୍ଜନ ବାରିକ ।୧୯୯୯ ମସିହା ମହାବାତ୍ୟା ପୂର୍ବରୁ ନିଜସ୍ୱ ଘର ଦ୍ୱାର ଗାଁ ଛାଡ଼ି ନିରଞ୍ଜନ ନିକଟସ୍ଥ ଗୋବିନ୍ଦା ପୋଖରୀ ଗ୍ରାମରେ ଏକ ସରକାରୀ ଜାଗାରେ ଚାଳ ଛପର କୁଡ଼ିଆ ନିର୍ମାଣ କରି ରହୁଥିଲେ ।ସରକାରୀ ଜାଗାରେ ଅନେକ ଦିନ ରହିବା ପରେ ଜଗତସିଂହପୁର ତହସିଲଦାର ନିରଞ୍ଜନକୁ ଭୂମିହୀନ ପଟା ପ୍ରଦାନ କରିଥିଲେ | ନିରଞ୍ଜନ ର ବୟସଧିକ ହେବାରୁ ଆଉ ଚାଲିବାକୁ ସକ୍ଷମ ହେଲେ ନାହିଁ...















