
(-ଜଗତସିଂହପୁର ସଂସ୍କୃତି ଭବନରେ ବିଶ୍ୱପ୍ରାଣୀ ଚିକିତ୍ସା ଦିବସ ପାଳିତ) ଜଗତସିଂହପୁର ତା =29/4/23 -ଜଗତସିଂହପୁର ଆଦିକବି ଶାରଳାଦାଶ ସଂସ୍କୃତିଭବନ ଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାରୁଲ ପଟାୱାରୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ନାନିତ ଅତିଥିଭାବେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ରୁଦ୍ରନାରାୟଣ ଦାସ ,| ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡ଼ଃ କ୍ଷେତ୍ରବାସୀ ଦାସ | ଜିଲ୍ଲା କୃଷି ଅଧିକାରୀ ନିରଞ୍ଜନ ମହାପାତ୍ର | ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଯଦୁନାଥ ପରିଡା ଯୋଗଦେଇଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସାଧିକାରୀ ଡ଼ଃ ବୀରକିଶୋର...














