ସର୍ବଦଳୀୟ ବୈଠକରେ ଟିଏମସି ବିବାଦ, ବିଦ୍ରୋହୀ ସାଂସଦଙ୍କୁ ନିମନ୍ତ୍ରଣକୁ ବିରୋଧୀଙ୍କ ଆପତ୍ତି ନୂଆଦିଲ୍ଲୀ: ସଂସଦର ଆଗାମୀ ମୌସୁମୀ ଅଧିବେଶନକୁ ନେଇ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଟିଏମସିର ବିଦ୍ରୋହୀ ସାଂସଦମାନଙ୍କୁ ଆମନ୍ତ୍ରଣ କରାଯିବାକୁ ନେଇ ରାଜନୈତିକ ମତଭେଦ ଦେଖାଦେଇଛି। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ତୀବ୍ର ଆପତ୍ତି ଜଣାଇ ବୈଠକରୁ ବାହାରି ଯାଇଥିଲେ।ଏହି ଘଟଣା ପରେ ବିରୋଧୀ ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଆଲୋଚନା ପ୍ରକ୍ରିୟାକୁ ଜାରି ରଖିବା ପାଇଁ ସେମାନେ ପୁଣିଥରେ ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ।ତେବେ ମୌସୁମୀ ଅଧିବେଶନ ପୂର୍ବରୁ ହୋଇଥିବା ଏହି ବୈଠକରେ ଟିଏମସିର ଆଭ୍ୟନ୍ତରୀଣ ବିବାଦ ଏବେ ଜାତୀୟ ରାଜନୀତିରେ...






