ତାରିଖ: ୩୦.୦୫.୨୦୨୬ ସ୍ବତନ୍ତ୍ର ସଘନ ସଂଶୋଧନ (SIR)-2026 ଅନ୍ତର୍ଗତ ପରିଗଣନା ପର୍ଯ୍ୟାୟ ଆରମ୍ଭ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)-2026 କାର୍ଯ୍ୟକ୍ରମ ଅନ୍ତର୍ଗତ ପରିଗଣନା (Enumeration) ପର୍ଯ୍ୟାୟ ତା. ୩୦.୦୫.୨୦୨୬ ଠାରୁ ଆରମ୍ଭ ହୋଇ ତା. ୨୮.୦୬.୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଆଜି ଏକ ଭୋଟର ସଚେତନତା ରଥକୁ ଜିଲ୍ଲା ନିର୍ବାଚନ ଅଧିକାରୀ, ଅନୁଗୋଳଙ୍କ ଦ୍ବାରା ଶୁଭ ଉଦଘାଟନ କରାଯାଇଛି I ଏହି ପର୍ଯ୍ୟାୟରେ ବୁଥ୍ ସ୍ତରୀୟ ଅଧିକାରୀ (BLO)ମାନେ ନିଜ ନିଜ ବୁଥ୍ ଅଞ୍ଚଳରେ ଘରକୁ ଘର ଯାଇ ପରିଗଣନା ଫର୍ମ ବଣ୍ଟନ କରିବେ, ମତଦାତାମାନଙ୍କୁ ପରିଗଣନା ଫର୍ମ ସଠିକ୍ ଭାବରେ ପୂରଣ କରିବାରେ...






