ଉତ୍କଟ ପାନୀୟ ଜଳ ସମସ୍ୟାରେ ପେଷି ହେଉଛନ୍ତି ବଡ଼ତଇଳା ସାହିବାସୀ ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମ ପଞ୍ଚାୟତର ବଡ଼ତଇଳା ସାହିରେ ଦେଖାଦେଇଛି ଉତ୍କଟ ପାନୀୟ ଜଳ ସଙ୍କଟ। ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିବାବେଳେ ଖରାଦିନ ଆସିବା ସହ ପରିସ୍ଥିତି ଆହୁରି ଜଟିଳି ହୋଇପଡ଼ିଛି। ଗ୍ରାମବାସୀଙ୍କ ଅଭିଯୋଗ, ନାଲକୋ କ୍ଷତିଗ୍ରସ୍ତ ଗ୍ରାମ ଭାବେ ବଳରାମ ପ୍ରସାଦ ପରିଚିତ ହୋଇଥିଲେ ମଧ୍ୟ ବଡ଼ତଇଳା ସାହି ପ୍ରତି ନାଲକୋ କିମ୍ବା ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ।ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାଇପ ଜଳ ବ୍ୟବସ୍ଥା ମଧ୍ୟ ନାମକୁ ମାତ୍ର ସୀମିତ ରହିଛି। ତିନି ଦିନରେ ଥରେ ପାଣି ଆସୁଥିବାବେଳେ ତାହା...






