ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି, ୨୧ ଫୁଟର ପ୍ରତିମୂର୍ତ୍ତି ଉନ୍ମୋଚନ ଚିତ୍ତୋଡ଼ଗଡ଼: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର ବର୍ଷୀୟାନ ନେତା ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଅବସରରେ ରାଜସ୍ଥାନର ଚିତ୍ତୋଡ଼ଗଡ଼ରେ ତାଙ୍କର ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ କରିଥିଲେ। ଏଥିପାଇଁ ୧.୫ କୋଟିରୁ ଅଧିକ ଟଙ୍କା ବ୍ୟୟ ହୋଇଥିବା ସେ ସୂଚନା ଦେଇଛନ୍ତି। ଏହି ଅବସରରେ ରାଜସ୍ଥାନର ୧୫ଟି ଜିଲ୍ଲାରେ ୫,୭୫୫ କୋଟି ଟଙ୍କା ବ୍ୟୟରେ ୯୪୪ଟି ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ସମେତ...






