ବନ୍ଦେ ମାତରମ୍ ବିବାଦ: ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ—ଅମିତ ଶାହ ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ମୁଖ୍ୟାଳୟରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ରାଜନୈତିକ ରୂପ ନେଇଛି। ଏହି ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ ସୋନିଆ ଗାନ୍ଧୀଙ୍କୁ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବାକୁ କହିଛନ୍ତି। ରବିବାର ଚିତ୍ତୋଡ଼ଗଡ଼ରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ, ‘ବନ୍ଦେ ମାତରମ୍’ ଭଳି ଦେଶଭକ୍ତିର ପ୍ରତୀକ ଗୀତକୁ ନେଇ ଏପରି ଘଟଣା ଗ୍ରହଣୀୟ ନୁହେଁ। ସେ ସୋନିଆ ଗାନ୍ଧୀଙ୍କୁ ଦେଶବାସୀ ଏବଂ ଏହି ଗୀତର...






