ମୁମ୍ବାଇରେ ଗଣେଶ ମୂର୍ତ୍ତି ଅଘଟଣ: ୨ ମୃତ, ୫ ଆହତ ମୁମ୍ବାଇ, ଅଗଷ୍ଟ ୨୨: ଗଣେଶ ପୂଜା ପୂର୍ବରୁ ମୁମ୍ବାଇରେ ଘଟିଛି ଅଘଟଣ। ଦକ୍ଷିଣ ମୁମ୍ବାଇର ଭୁଲେଶ୍ୱର ଅଞ୍ଚଳରେ ‘ଭୁଲେଶ୍ୱରଚା ରାଜା’ ଗଣେଶ ମୂର୍ତ୍ତିର ଆଗମନ ଶୋଭାଯାତ୍ରା ସମୟରେ ମୂର୍ତ୍ତି ଖସିପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡ଼ିଛି। ଶନିବାର ରାତି ପ୍ରାୟ ୧୦ଟା ସମୟରେ ଭୁଲେଶ୍ୱରର ଜୟ ଆମ୍ବେ ଚୌକ ନିକଟ ବଳରାମ ମର୍ଚ୍ଚାଣ୍ଟ ରୋଡ୍ରେ ଥିବା କବୁତରଖାନା ନିକଟରେ ଏହି ଘଟଣା ଘଟିଥିଲା। ଗଣେଶ ମୂର୍ତ୍ତି ଆଗମନ ଉତ୍ସବ ଚାଲିଥିବା ବେଳେ ହଠାତ୍...






