୭ଟି ସହରରେ ଗଢ଼ିଉଠିବ ପିଏମ୍ ମିତ୍ର ମେଗା ଟେକ୍ସଟାଇଲ୍ ପାର୍କ; ୬୮,୫୯୦ କୋଟିର ନିବେଶ ଆଗ୍ରହ ନୂଆଦିଲ୍ଲୀ: ଦେଶର ବୟନ ଶିଳ୍ପକୁ ଆଧୁନିକ ଓ ବିଶ୍ୱସ୍ତରୀୟ କରିବା ସହ ବିପୁଳ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପିଏମ୍ ମିତ୍ର ମେଗା ଟେକ୍ସଟାଇଲ୍ ପାର୍କ ଯୋଜନା ଆଗକୁ ବଢ଼ୁଛି। ଲୋକସଭାରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବୟନ ରାଜ୍ୟମନ୍ତ୍ରୀ ଶ୍ରୀ ପବିତ୍ର ମାର୍ଗେରିଟା। ସରକାର ୨୦୨୧-୨୨ରୁ ୨୦୨୭-୨୮ ପର୍ଯ୍ୟନ୍ତ ୪,୪୪୫ କୋଟି ଟଙ୍କାର ଯୋଜନା ବ୍ୟୟରେ ୭ଟି ପିଏମ୍ ମିତ୍ର ପାର୍କ ସ୍ଥାପନକୁ ଅନୁମୋଦନ କରିଛି। ଏହି ପାର୍କଗୁଡ଼ିକରେ ବୟନ ଶିଳ୍ପର କଞ୍ଚାମାଲରୁ ଆରମ୍ଭ କରି ପ୍ରସ୍ତୁତ ପୋଷାକ ପର୍ଯ୍ୟନ୍ତ ସମଗ୍ର...






