ଵ୍ରହ୍ମପୁର: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ରଙ୍ଗେଇ ଲୁଣ୍ଡା ବ୍ଲକ କେଲୁଆପଲ୍ଲି ପଞ୍ଚାୟତର ପିଇଓ ଗିରଫ ହୋଇଛନ୍ତି। ୧ କୋଟି ୩୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହୋଇଛନ୍ତି । ବିଡିଓଙ୍କ ଅଭିଯୋଗ ଆଧାରରେ ପିଇଓ ସମୀର ମିଶ୍ରଙ୍କୁ ଗିରଫ କରାଯାଇଛି ଓ କୋର୍ଟ ଚାଲାଣ ମଧ୍ୟ ହୋଇଛନ୍ତି । ସୂଚନାମୁତାବକ, ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ବଜିତ ରାୟ ଗୋଲନ୍ଥରା ଥାନାରେ କେଲୁଆପଲ୍ଲୀ ଗ୍ରାମପଞ୍ଚାୟତରେ ସରକାରୀ ଟଙ୍କା ବ୍ୟାପକ ହଡ଼ପ ନେଇ ଏଠାରେ କାର୍ଯ୍ୟରତ ପୂର୍ବତନ ପିଇଓ ସମୀର କୁମାର ମିଶ୍ରଙ୍କ ନାମରେ ଅଭିଯୋଗ ଆଣିଥିଲେ।ଏନେଇ ଭାରତୀୟ ନ୍ୟାୟ ସହିଂତାର ଏକାଧିକ ଧାରାରେ ଗୋଲନ୍ଥରା ଥାନାରେ ମାମଲା ରୁଜୁ ହୋଇଛି। ତଦନ୍ତ...






