ବଡ଼ବିଲ ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଦିନକୁ ଦିନ ସମଗ୍ର ଦେଶ ତଥା ବିଶ୍ୱରେ ବୃଦ୍ଧି ପାଇଛି ସାଇବର ଅପରାଧ । ସଚେତନତା ଅଭାବରୁ ଦେଖାଯାଏ ବହୁ ସମୟରେ ବହୁ ସଂଖ୍ୟାରେ ଲୋକେ ଏହାର ଶିକାର ହୋଇଥାନ୍ତି। ଯାହାକୁ ପ୍ରତିହତ କରିବାକୁ ହେଲେ ଏକ ମାତ୍ର ମାଧ୍ୟମ ଲୋକଙ୍କ ମଧ୍ୟରେ ସଚେତନତା । ସେହିଭଳି ଲୋକଙ୍କୁ ସଚେତନ କରିବାକୁ ଏକ ଅଭିନବ ପ୍ରୟାସ କରିଛି ବଡ଼ବିଲ ପୋଲିସ୍। ଏହି ପରିପ୍ରେକ୍ଷୀରେ ବଡ଼ବିଲ ପୋଲିସ୍ ପକ୍ଷରୁ ଜନସାଧାରଣ ଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ବଡ଼ବିଲ ପୋଲିସ୍ ପକ୍ଷରୁ ବଡ଼ବିଲ ଆରକ୍ଷୀ ଅଧିକ୍ଷକଙ୍କ...






