କାରାଖେଣ୍ଡରା ଯୁବକ ସଂଘ ପକ୍ଷରୁ ନକ୍ ଆଉଟ୍ ଫୁଟବଲ୍ ଟୁର୍ନାମେଣ୍ଟ ଆୟୋଜିତ କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ପଞ୍ଚାୟତ ସ୍ଥିତ କାରାଖେଣ୍ଡରା ଗ୍ରାମରେ ନକଆଉଟ୍ ଫୁଟବଲ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏହି ଫୁଟବଲ୍ ଖେଳର ଆୟୋଜନ କାରାଖେଣ୍ଡରା ଯୁବକ ସଂଘ ପକ୍ଷରୁ ଅୟୋଜନ କରାଯାଇଥିଲା, ଏହିଖେଳ ଦୁଇଦିନ ଧରି ଚାଲିଥିବା ବେଳେ ଫାଇନାଲ ମ୍ୟାଚ ମାକ୍ସ ଏଲେଭେନ୍ ଓ ମୁଖାର୍ଜୀ ରୟାଲସ୍ ମଧ୍ୟରେ ହୋଇଥିବା ବେଳେ ଏହି ରୋମାଞ୍ଚକର ମ୍ୟାଚ୍ ରେ ମାକ୍ସ ଇଲେଭେନ୍ ଟିମ୍ ଚମ୍ପିୟାନ ହୋଇଥିଲା। ମୋଟ୍ ଉପରେ ବତିସ୍ ଟିମ୍ ଏହି ଖେଳରେ ଅଂଶ ଗ୍ରହଣ କରିଥିଲେ।...






