ମେଡିକାଲ୍ କଲେଜ୍ରେ ଷ୍ଟାଫ୍ ନର୍ସ ନିଯୁକ୍ତିରେ ମହାଦୁର୍ନିତୀର ଖୋଲାସା ହେବ କେବେ?ସରକାରୀ ନାଲିଫିତା ତଳେ ରହିଗଲାକି ଫାଇଲ!ତାଳଚେର, ୦୮/୦୭ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ କଲେଜ୍ ରେ ଷ୍ଟାଫ୍ ନର୍ସ ଓ ସ୍ୱାସ୍ଥ୍ୟ କର୍ମି ନିଯୁକ୍ତିରେ ମହାଦୁର୍ନିତୀର ଲୋକଙ୍କ ସାମ୍ନାକୁ ଆସିଥିଲେ ମଧ୍ୟ ଏହି ଘଟଣା ଆଜକୁ ଦୁୁଇମାସ ବିତି ଯାଇଥିଲେ ମଧ୍ୟ ଏଥିରେ ଯେଉଁ ଅଧିକାରୀ ଓ ଦଲାଲ ସମ୍ପୃକ୍ତ ତାଙ୍କୁ ଏଯାଏଁ ଗିରଫ କରାନଯିବା ଅଂଚଳବାସୀଙ୍କ ମନରେ ଶକ୍ତ ଆଘାତ ଦେଇଛି । ଏହି ସମ୍ପର୍କରେ କଂଗ୍ରେସ୍ ପକ୍ଷରୁ ୫ଦଫାଦାବୀ ନେଇ ରାଜ୍ୟପାଳ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଳାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ସେହିଭଳି ବିଜେଡ଼ି...






