
ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ଚନ୍ଦନ ଯାତ୍ରା ମହୋତ୍ସବ ଅନୁଷ୍ଠିତ ) ଜଗତସିଂହପୁର ତା =6/5/23 ଜଗତସିଂହପୁର ବ୍ଲକ ପଳାଶୋଳ ସ୍ଥିତ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଏକୋଇସି ଦିନ ବ୍ୟାପି ଚନ୍ଦନ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି |ଏହି ଉପଲକ୍ଷେ ପଳାଶୋଳ ୟୁଥ ହେଲପିଙ୍ଗ ବୟ ଚାରିଟେବୁଲ ଟ୍ରଷ୍ଟ ଏବଂ ଚନ୍ଦନ ଯାତ୍ରା ପରିଚାଳନା କମିଟି ର ମିଳିତ ସହଯୋଗରେ ଚନ୍ଦନ ପୁଷ୍କରଣୀ ରେ ମହାପ୍ରଭୁମାନଙ୍କ ର ଚାପ ଖେଳ ଅନୁଷ୍ଠିତ ହେବା ସହିତ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା କୁ ସରସ ସୁନ୍ଦର କରିବା...















