ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ସର୍ବାଧିକ ୪୩ ଲକ୍ଷରୁ ଅଧିକ ଟିକାକରଣ କରି ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି ଜେ ବି ଏନ, ୦୬/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : କୋଭିଡ-୧୯ ସହ ମୁକାବିଲା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୩ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଦେଶରେ ଗୋଟିଏ ଦିନରେ ଏହା ସର୍ବାଧିକ ଟିକାକରଣର ରେକର୍ଡ । ଟିକାକରଣ ଅଭିଯାନର ୮୦ତମ ଦିବସ (୫ ଏପ୍ରିଲ ୨୦୨୧)ରେ ୪୩,୦୦,୯୬୬ ଡୋଜ୍ ଟିକା ଦିଆଯାଇଛି । ଏଥିରୁ...





