ମାନବ ସେବା ହିଁ ମାଧବ ସେବା: ଅସୁସ୍ଥ ବ୍ୟକ୍ତିଙ୍କୁ ସମାଜସେବୀଙ୍କ ଆର୍ଥିକ ସହାୟତା ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ପଞ୍ଚାୟତର ଲଙ୍ଗୁଳିଆବେଡା ଗ୍ରାମର ଅଜୟ ସାହୁ ଅସୁସ୍ଥ ଥିବା ଖବର ପାଇ ସମାଜସେବୀ ଅଭିମନ୍ୟୁ ସାହୁ ତାଙ୍କ ବାସଭବନରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହାସହ ଉନ୍ନତ ଚିକିତ୍ସା ପାଇଁ ସେ ନିଜ ପକ୍ଷରୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ଏହି ମାନବିକ ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ‘ମାନବ ସେବା ହିଁ ମାଧବ ସେବା’ର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ବୋଲି ମତ ପ୍ରକାଶ କରିଛନ୍ତି।ଏହି ଅବସରରେ ଅଭିମନ୍ୟୁ ସାହୁ କହିଥିଲେ ଯେ, ସମାଜର ଦୁଃଖୀ, ଦରିଦ୍ର...






