
ବ୍ରହ୍ମପୁର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଧୁମଧାମରେ ଚାଲିଛି ବ୍ରହ୍ମପୁର ପ୍ରସିଦ୍ଧ ମା ବୁଢ଼ୀଠାକୁରାଣୀଙ୍କ ଯାତ୍ରା। ରେଶମ ସହର ପୁରା ଭକ୍ତି ମୟ ପରିବେଶ ସୃଷ୍ଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ଦଣ୍ଡନାଚ ତଥା ୨୧ ଦିନିଆ,୧୮ ଦିନିଆ ଏବଂ ୧୩ଦିନିଆ ପରମ୍ପରା ଅନୁଯାୟୀ ହୋଇଆସୁଛି ବହୁ ମାନସିକଧାରୀ ନିଜ ଘର ଦାଣ୍ଡରେ ଦଣ୍ଡନାଚ କରି ମାନସିକ ପୂରଣ କରିଥାନ୍ତି ।ଏହା ମହା ବିଷୁବସଂକ୍ରାନ୍ତି ଦିନ ଶେଷ ହୋଇଥାଏ। ମା ସାଆନ୍ତାଣୀ ବାପା ଘର ଦେଶିବେହେରା ସାହି କୁ ଆସିବାର ନଅ ଦିନ ହୋଇଥିବା ବେଳେ ପ୍ରତ୍ୟେକ ଦିନ ରୀତିନୀତି ଅନୁଯାୟୀ ଭୋଗ ହେବାସହ ଘଟସ୍ୱରୁପଣୀ...















