ମୁମ୍ବାଇ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତର ପ୍ରତିରକ୍ଷା କ୍ଷେତ୍ରର ବ୍ୟାପକ ପ୍ରସାର ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଆଗାମୀ ୨୫ ରୁ ୩୦ ବର୍ଷ ମଧ୍ୟରେ ବିଶ୍ୱର ସର୍ବବୃହତ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ଦେଶ ହେବା ଆଡ଼କୁ ଅଗ୍ରସର ହେଉଛି ଏବଂ ବିଶ୍ୱର କୌଣସି ଶକ୍ତି ଭାରତକୁ ଏପରି କରିବାରୁ ରୋକିପାରିବ ନାହିଁ। ମହାରାଷ୍ଟ୍ରର ଶିରିଡିରେ ଏକ ଗୋଳାବାରୁଦ ନିର୍ମାଣ ୟୁନିଟ୍ ଉଦଘାଟନ କରିବା ପରେ ଏକ ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ପ୍ରତିରକ୍ଷା ଉତ୍ପାଦନରେ ଘରୋଇ କ୍ଷେତ୍ରର ଅଂଶକୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ...






