ମଣିପୁର ପୋଲିସରେ ୨,୭୨୦ ପଦବୀ ପୂରଣ ନିଷ୍ପତ୍ତି ମେଧାବୀ କ୍ରୀଡ଼ାବିତ୍ଙ୍କ ପାଇଁ ୧୨୫ ପଦ ସଂରକ୍ଷିତ ଇମ୍ଫାଲ, ୧୩/୯: ମଣିପୁର ପୋଲିସ ବିଭାଗରେ ଖାଲି ପଡ଼ିଥିବା ୨,୭୨୦ଟି ପଦବୀ ଖୁବଶୀଘ୍ର ପୂରଣ କରାଯିବ। ରାଜ୍ୟ ସରକାରଙ୍କ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ବର୍ଗରେ ନିଯୁକ୍ତି ପାଇଁ ଏହି ପଦଗୁଡ଼ିକ ପୂରଣ କରାଯିବ ବୋଲି ସରକାରୀ ମୁଖପାତ୍ର ତଥା ବିଧାୟକ ଶ୍ରୀ ଥ. ରାଧେଶ୍ୟାମ ଆଜି ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ ମେଧାବୀ କ୍ରୀଡ଼ାବିତ୍ମାନଙ୍କ ପାଇଁ ୧୨୫ଟି ପଦ ସଂରକ୍ଷିତ ରହିବ। ଏହି ସଂରକ୍ଷଣ ମୋଟ ଖାଲି ପଦବୀର ୫...






