କୁଚିଣ୍ଡା ଅଞ୍ଚଳର ଲୁକାଇତ ପ୍ରତିଭା !! ଶ୍ରୀ ଚକ୍ରଧର ମାଝୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ! ସମ୍ବଲପୁର ୧୧/୦୯କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୪,ଗଣେଷ ପଡାର ବାସିନ୍ଦା ଶ୍ରୀ ଚକ୍ରଧର ମାଝୀ ! ପେସାରେ ଜଣେ ଶିକ୍ଷକ,ସେ ବର୍ତ୍ତମାନ ସରକାରୀ ଉଚ୍ଚ ବିଦ୍ୟାଳୟ ଭୋଜପୁର ରେ କାର୍ଯ୍ୟରତ କିନ୍ତୁ ତାଙ୍କ ଭିତରେ ଲୁକାଇତ ଅବସ୍ଥାରେ ଅନେକ ଗୁଣ ଭରି ରହିଛି ! ସେ ଜଣେ ଲେଖକ,ଗୀତକାର,ବାଦ୍ୟକାର ତଥା ସମାଜ ସେବୀ ମଧ୍ୟ !ତାଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାରରୁ ସୂଚନା ମିଳିଛି ଯେ ସେ ଜଣେ ବହୁମୁଖୀ ସମ୍ମାନର ଅଧିକାରୀ ଅଟନ୍ତି, ତାଙ୍କର ବାଲ୍ୟ କାଳରୁ ହିଁ ସଙ୍ଗୀତ ପ୍ରତି...




