ଜିଲ୍ଲା ସଙ୍କଟ ପରିଚାଳନା ଗୋଷ୍ଠୀର ବୈଠକ ଅନୁଷ୍ଠିତ । ଅନୁଗୋଳ ତା.୦୮.୦୪ : – ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ଅପରାହ୍ନରେ ଜିଲ୍ଲା ସଙ୍କଟ ପରିଚାଳନା ଗୋଷ୍ଠୀ ( DCMG)ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାରେ ଘରୋଇ ଓ ବ୍ୟବସାୟିକ ଏଲ୍ ପି ଜି ସିଲିଣ୍ଡରର ଉପଲବ୍ଧତା ଓ ସ୍ବାଭାବିକ ଯୋଗାଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି । ସାଧାରଣ ଜନତାଙ୍କ ପାଇଁ ଘରୋଇ ଗ୍ୟାସ ସିଲିଣ୍ଡର ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣକ୍ଷେତ୍ର ଯଥା- ଡାକ୍ତରଖାନା, ସ୍ବାସ୍ଥ୍ୟ କେନ୍ଦ୍ର, ଅଙ୍ଗନଓ୍ବାଡି କେନ୍ଦ୍ର, ଶିକ୍ଷାନୁଷ୍ଠାନ, ଆହାର କେନ୍ଦ୍ର, ଏବଂ ସରକାରୀ...






