ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମତାଳଚେର, ତାଳଚେର, ୦୨/୦୬ ଦେଉଳବେଡ଼ା ଡିସିଆଇ କ୍ଲବ୍ ପରିସରରେ ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଏମ୍ସିଏଲ୍ ଆମ୍ବୁଲାନ୍ସ ଡିଭିଜନର ମିଳିତ ଆନୁକୂଲ୍ୟରେ ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏମ୍ସିଏଲ୍ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଏକ ସାମାଜିକ ସଚେତନତା ଭିତ୍ତାକ ନାଟକ ‘ଅ-ସିଝା ସୁରକ୍ଷା’ ଅତ୍ୟନ୍ତ ଜୀବନ୍ତ ଓ ପ୍ରଭାବଶାଳୀ ଭାବେ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ତାଳଚେରର ଏମ୍ଭିଆଇ ତପନ କୁମାର ବେଟି ସହିତ ସୌଭାଗ୍ୟ ଚନ୍ଦ୍ର ବେହେ ଓ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ ଏମ୍ସିଏଲ୍ ଆମ୍ବୁଲାନ୍ସ ଡିଭିଜନର କମାଣ୍ଡର ଦୀନବନ୍ଧୁ ପ୍ରଧାନ ଏବଂ ଆମ୍ବୁଲାନ୍ସ ଅଫିସର ହିମାଂଶୁ...






