ସଡ଼କ ସୁରକ୍ଷା ସମିତି ବୈଠକ ଭବାନୀପାଟଣା : (ଜାଗ୍ରତ ଭାରତ, ୨୦.୦୩.୨୦୨୬ – କଳାହାଣ୍ଡି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ କଳାହାଣ୍ଡି ଜିଲ୍ଲା ପାଳଙ୍କର କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଆଜି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଡ଼କ ଦୁର୍ଘଟଣା ଜନୀତ ମୃତ୍ୟୁ କିପରି ରୋକାଯାଇ ଶୂନ କରାଯିବ ସେ ସମ୍ପର୍କରେ ଆଲୋଚନା କରିବା ସହିତ ବିନା ହେଲମେଟ ରେ ଗାଡି ଚଳାଇବା ଓ ଅଧିକ ବୋଝେଇ ନେଇ ଗାଡି ଚଳାଇବା,ମଦ୍ୟପାନ କରି ଗାଡି ଚାଳନା କରିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି...






