ପଞ୍ଚମହଲା ଦୋକାନରେ ନିଆଁ ଲଗାଇବା ଘଟଣା: CCTV ଫୁଟେଜ୍ରୁ ଧରାପଡ଼ିଲେ ଅଭିଯୁକ୍ତ ଅନୁଗୋଳ: ସଦର ଥାନା ଅଧୀନ ପଞ୍ଚମହଲା ଅଞ୍ଚଳରେ ଦୋକାନରେ ଯୋଜନାବଦ୍ଧ ଭାବେ ନିଆଁ ଲଗାଇବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କାଳିଆ ଭୋଇ। ପୋଲିସ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୫ ତାରିଖ ଭୋର ସମୟରେ ପଞ୍ଚମହଲାରେ କୁମୁଦ ଚନ୍ଦ୍ର ନାଏକଙ୍କ ଗ୍ରୋସରୀ ଓ ଭେରାଇଟି ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ଦୋକାନରେ ଜଣେ ଅଜଣା ବ୍ୟକ୍ତି ଜାଣିଶୁଣି ନିଆଁ ଲଗାଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା। ନିଆଁ ଦୋକାନରୁ ନିକଟସ୍ଥ ଗ୍ୟାରେଜ୍ ଓ ଅନ୍ୟ ଏକ ଦୋକାନକୁ ବ୍ୟାପିଯାଇଥିଲା। ଫଳରେ ବିଭିନ୍ନ...





