ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ତାଳଚେର, ୨୩/୦୬ ଜିଲ୍ଳାପାଳ ଅବଦାଲ ମୁହମ୍ମଦ ଅଖତାରଙ୍କ ଅ୍ୟକ୍ଷତାରେ ତାଳଚେର ପଂଚାୟତ ସମିତି ଠାରେ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶିବିରରେ ସମୁଦାୟ ୬୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୫୨ଟି ବ୍ୟକ୍ତିଗତ, ୧୪ଟି ଗ୍ରାମ୍ୟଭିତିକ ଅଭିଯୋଗ ଶୁଣାଣୀ ହୋଇଥିବା ବେଳେ ୫ଟି ତୁରନ୍ତ ଫଇସଲା ହୋଇଥିଲା । ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୦ହଜାରଟଙ୍କା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ଅଭି ଜୈନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସମୀର ପଣ୍ଡା, ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ମଦନମୋହନ ପ୍ରଧାନ, ତାଳଚେର ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁ, ଜିଲ୍ଲାପରିଷଦ ଅତିରିକ୍ତ...






