ବିଶେଷ ଅଭିଯାନ-୬.୦: ସ୍ୱଚ୍ଛତା ସହ ବକେୟା ମାମଲା ହ୍ରାସ ଉପରେ ଡିଏଆର୍ଇ-ଆଇସିଏଆର୍ର ଗୁରୁତ୍ୱ ନୂଆଦିଲ୍ଲୀ: ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା ବୃଦ୍ଧି, ଅମିମାଂସିତ ମାମଲା ହ୍ରାସ ଏବଂ କାର୍ଯ୍ୟାଳୟୀନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ କୃଷି ଗବେଷଣା ଓ ଶିକ୍ଷା ବିଭାଗ (DARE) ଏବଂ ଭାରତୀୟ କୃଷି ଗବେଷଣା ପରିଷଦ (ICAR) ପକ୍ଷରୁ ବିଶେଷ ଅଭିଯାନ-୬.୦ ଆୟୋଜନ କରାଯିବ। ଏହି ଅଭିଯାନ ଅକ୍ଟୋବର ୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନରେ କାର୍ଯ୍ୟାଳୟ ପରିସରର ସ୍ୱଚ୍ଛତା ସହିତ ବିଭିନ୍ନ ପ୍ରକାରର ବକେୟା ମାମଲା ଶୀଘ୍ର ନିଷ୍ପତ୍ତି, ଅଭିଲେଖର ସୁବ୍ୟବସ୍ଥିତ ପରିଚାଳନା ଏବଂ କାଗଜବିହୀନ କାର୍ଯ୍ୟପ୍ରଣାଳୀ ଉପରେ ବିଶେଷ ଫୋକସ୍ ରହିବ।...






