ଦୁବାଇରୁ ଓଡ଼ିଶା ପାଇଁ ବଡ଼ ନିବେଶ ଆହ୍ୱାନ LNGରୁ ଗ୍ରୀନ୍ ଏନର୍ଜି, AI ଡାଟା ସେଣ୍ଟରରୁ ରିସାଇକ୍ଲିଂ—ବିଭିନ୍ନ କ୍ଷେତ୍ରରେ UAE ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ ଭୁବନେଶ୍ୱର, ୧୨/୯: ଓଡ଼ିଶାରେ ନିବେଶର ନୂଆ ସମ୍ଭାବନା ଖୋଲିବାକୁ ଦୁବାଇରୁ ଜୋରଦାର ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୟୁଏଇ ଗସ୍ତର ଚତୁର୍ଥ ଦିନରେ ଦୁବାଇଠାରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍-୨୦୨୬ ଓ ରୋଡ୍ ଶୋ’ରେ ଯୋଗଦେଇ ସେ ୟୁଏଇର ଶିଳ୍ପପତି ଓ ନିବେଶକମାନଙ୍କୁ ଓଡ଼ିଶାର ବିକାଶ ଯାତ୍ରାରେ ସହଭାଗୀ ହେବାକୁ ଆମନ୍ତ୍ରଣ କରିଛନ୍ତି। କାର୍ଯ୍ୟକ୍ରମରେ ପ୍ରାୟ ୪୦୦ ବ୍ୟବସାୟୀ, ନିବେଶକ ଓ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧି ଯୋଗଦେଇଥିଲେ। ଓଡ଼ିଶାରେ ନିବେଶ ପାଇଁ...






