ଧର୍ମଗଡ଼ରେ ପୁଣି ଡକାୟତି,ଡାକ୍ତରଙ୍କ ସରକାରୀ କ୍ୱାର୍ଟରରେ କଳାକାନା ବୁଲାଇଲେ ଦୁର୍ବୃତ କଳାହାଣ୍ଡି :- (ବାଲେଶ୍ୱର ସୁନାନୀ ) ଧର୍ମଗଡ଼ରେ ଲଗାତାର ଦୁଇ ଦିନ ଧରି ଡକାୟତି ଘଟଣା ସାମ୍ନାକୁ ଆସିଛି।ଏଥର ଟାର୍ଗେଟରେ ଥିଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ସରକାରୀ କ୍ୱାର୍ଟର। ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ଅଜିତ କୁମାର ଦାସ ଙ୍କ ଘରେ ଗତ ରାତିରେ ଚାରିଜଣ ଦୁର୍ବୃତ ପଶି ଡକାୟତି କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଦୁର୍ବୃତମାନେ ନକଲି ବନ୍ଧୁକ ଦେଖାଇ ଡାକ୍ତରଙ୍କ ହାତ ଓ ଗୋଡ଼କୁ ଟେପ୍ ଏବଂ ଗାମୁଛାରେ ବାନ୍ଧି ଦେଇଥିଲେ।ପରେ ତାଙ୍କ ମୁହଁରେ କପଡ଼ା ବାନ୍ଧି ଘରେ ଥିବା ନଗଦ...





