ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା କାର୍ଯ୍ୟ ଖସଡା ଅନୁମୋଦନ, କଳାହାଣ୍ଡି ଭବାନୀପାଟଣା (ଜାଗ୍ରତ ଭାରତ , ) ଜିଲ୍ଲାରେ ବାଲ୍ୟ ବିବାହ ନିରାକରଣ କୁ ଅଧିକ ଗତିଶୀଳ କରିବା ଉଦ୍ଦେଶ୍ୟରେ ତା. ୧୨.୦୫.୨୦୨୬ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅତିରିକ୍ତ ଜିଲ୍ଲାପାଲ ତନ୍ମୟ କୁମାର ଦର୍ବାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ କକ୍ଷରେ ଆୟୋଜିତ ହୋଇଥିଲା। ବୈଠକରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା କାର୍ଯ୍ୟ ଖସଡା ଅନୁମୋଦନ, ବାଲ୍ୟ ବିବାହ ରୋକଥାମ, କିଶୋରୀମାନଙ୍କ ସୁରକ୍ଷା, ଶିକ୍ଷାରେ ଅବିରତ ସହଭାଗୀତା, ଅବହେଳିତ ଶିଶୁଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୂକ୍ତ କରିବା, ସମୁଦାୟ ସଚେତନତା ଓ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଆହୁରି ସୁଦୃଢ...






